ମନୋଜ କୁମାରଙ୍କ ପ୍ରକୃତ ନାମ ହେଲା ହରିକିଷନ୍ ଗୋସ୍ୱାମୀ। ତାଙ୍କର ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ପଞ୍ଜାବ ରାଜ୍ୟରେ ହୋଇଥିଲା । ତାଙ୍କୁ ଯେତେବେଳେ ଦଶବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପରିବାର ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ। ମନୋଜଙ୍କ ପରିବାର ନୂଆଦିଲ୍ଲୀର ପଟେଲନଗରରେ ବସବାସ କରିଲେ । ସେ କଲେଜ୍ ଶିକ୍ଷା ହିନ୍ଦୁ କଲେଜ୍ରୁ ଆରମ୍ଭ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ ।
ଦିଲୀପ କୁମାରଙ୍କର ଦୃଢ଼ ପ୍ରଶଂସକ ଥିଲେ
ସେ ପିଲାଦିନରୁ ସିନେମା ଦେଖୁଥିଲେ। ବିଶେଷଭାବେ ସେ ଦିଲୀପ କୁମାରଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ, ଦିଲୀପ କୁମାରଙ୍କ ଅଧିକାଂଶ ଫିଲ୍ମ ଦେଖିଥିଲେ । ୧୯୪୯ରେ ଦିଲୀପ କୁମାରଙ୍କ ଅଭିନୀତ ‘ ଶବନମ୍ ମୁକ୍ତିଲାଭ କରିଥିଲା । ଏହି ସିନେମାଟି ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ଏଥିରେ ତାଙ୍କ ଚରିତ୍ରର ନାଆଁ ଥିଲା ‘ମନୋଜ୍’ । ଏଣୁ ସେ ଯେତେବେଳେ ବଲିଉଡ୍ରେ ପ୍ରବେଶ କରିଲେ, ନିଜର ସ୍କ୍ରିନ୍ ନାଆଁ ରଖିଥିଲେ ମନୋଜ କୁମାର । ଏହିପରି ଭାବେ ହରିକିଷନ ଗୋସ୍ୱାମୀରୁ ସେ ହୋଇଥିଲେ ମନୋଜ କୁମାର।