Notification texts go here Contact Us Buy Now!

ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲା: ତୃଣମୂଳ କଂଗ୍ରେସ ନେତା ନିର୍ମଳ ଘୋଷ ଗିରଫ

Sahil Tv News


କୋଲକାତା: କୋଲକାତାର ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ତଥା ଦଳର ପୂର୍ବତନ ଚିଫ୍ ହ୍ୱିପ୍ ନିର୍ମଳ ଘୋଷ ଗିରଫ ହୋଇଛନ୍ତି । ୨୦୨୪ ମସିହାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଅମାନବୀୟ କାଣ୍ଡ ଏବଂ ତା' ପରେ ତରବରିଆ ଭାବେ ମୃତଦେହ ସତ୍କାର କରିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାନିହାଟି ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଥିଲେ ନିର୍ମଳ ଘୋଷ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବାରାକପୁର ପୋଲିସ କମିଶନରେଟ୍ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଦ୍ୱିତୀୟ ଶବ ବ୍ୟବଚ୍ଛେଦକୁ ଏଡ଼ାଇବା ପାଇଁ ପୀଡ଼ିତାଙ୍କ ମୃତଦେହକୁ ତରବରିଆ ଭାବେ ପାନିହାଟିର ଏକ ଶ୍ମଶାନରେ ସତ୍କାର କରାଯାଇଥିଲା। ଏହି ସପ୍ତାହ ଆରମ୍ଭରେ ପୀଡ଼ିତାଙ୍କ ବାପା ଖରଦାହ ପୋଲିସ ଷ୍ଟେସନରେ ଏକ ନୂଆ ଅଭିଯୋଗ ଦାଏର କରିଥିଲେ। ଏହି ନୂଆ ଏଫଆଇଆରରେ ନିର୍ମଳ ଘୋଷ, ପାନିହାଟି ପୌରପାଳିକାର ଟିଏମସି କାଉନସିଲର ସୋମନାଥ ଦେ ଏବଂ ପୀଡ଼ିତାଙ୍କ ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀଙ୍କ ନାମ ଉଲ୍ଲେଖ ଥିଲା। ଅଗଷ୍ଟ ୯, ୨୦୨୪ ରାତିରେ ସମସ୍ତ ନିୟମ ଉଲ୍ଲଂଘନ କରି ଏହି ତିନି ଜଣଙ୍କ ତତ୍ତ୍ୱାବଧାନରେ ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବୋଲି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ମୃତଦେହ ସତ୍କାର ବେଳେ ଆବଶ୍ୟକ ଶ୍ମଶାନ ଫି' ଛାଡ଼ କରାଯିବା ସହ ପରିବାରର କୌଣସି ସଦସ୍ୟଙ୍କ ସ୍ୱାକ୍ଷର ବିନା ତରବରିଆ ଭାବେ ଶବ ଦାହ କରାଯାଇଥିଲା। ଦ୍ୱିତୀୟ ପୋଷ୍ଟମର୍ଟମକୁ ରୋକିବା ପାଇଁ ଖୁବ୍ କମ୍ ସମୟ ମଧ୍ୟରେ ସନ୍ଦେହଜନକ ଭାବେ ଶବ ବ୍ୟବଚ୍ଛେଦ ଏବଂ ଇନକ୍ୱେଷ୍ଟ ଶେଷ କରାଯାଇଥିଲା ବୋଲି ଅଭିଯୋଗ ରହିଛି।  ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟା ପୋଷ୍ଟଗ୍ରାଜୁଏଟ୍ ଟ୍ରେନି ଡାକ୍ତରଙ୍କୁ ବିଭତ୍ସ ଭାବେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି ।


 

إرسال تعليق

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.