ରେଷ୍ଟୁରାଣ୍ଟରେ ଚାଲିଥିଲା ଜୁଆ ଓ ହୁକା ବାର୍, ସିଡିଏରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ।


କଟକ ସିଡିଏରେ ବେଆଇନ ଜୁଆ ଓ ହୁକ୍କାବାର ଉପରେ ଚଢ଼ାଉ । କେଏମସି ଫୁଡ୍ ସେଫଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ରେଷ୍ଟୁରାଣ୍ଟ ଭିତରୁ ଦାମୀ ମଦ, ହୁକା, ଜୁଆ ଓ ବାସି ଖାଦ୍ୟ ଥିବା ଦେଖିବାକୁ ମିଳିଛି । ବିଶେଷ କରି ହୁକାରେ ବ୍ୟବହୃତ ନିକୋଟିନ୍ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିଲା । ଏହାସହ ଜୁଆର କଏନ୍ ମଧ୍ୟ ରହିଥିଲା ।ଏହାସହ ଜୁଆର କଏନ୍ ମଧ୍ୟ ରହିଥିଲା । ଏହାପରେ ବିପୁଳ ପରିମାଣର ବାସି ଖାଦ୍ୟ ମଧ୍ୟ ଜବତ କରାଯାଇଛି । ବାସି ଚିକେନ ସହ ଭାତ ମଧ୍ୟ ଜବତ କରାଯାଇଛି । କେବଳ ରେଷ୍ଟୁରାଣ୍ଟ ପାଇଁ ଲାଇସେନ୍ସ ଥିବାବେଳେ ଏଭଳି ନିଶା କାରବାର ଓ ବାସି ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟ କୁ ସିଲ୍ ସହ ୫ ହଜାର ଟଙ୍କା ଜରିମାନା କରାଯାଇଥିଲା ।ରେଷ୍ଟୁରାଣ୍ଟ କରିବା ପାଇଁ ହିଁ କେବଳ ଅନୁମତି ଥିବାବେଳେ ବେଆଇନ ଭାବେ କିଭଳି ନିକୋଟିନ୍, ମଦ ଓ ଅନ୍ୟ ଅବକାରୀ ଜିନିଷ ଗୁଡ଼ିକୁ ରଖିଥିଲେ ସେଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ବିଭାଗର ଅଧିକାରୀ । ତେବେ ସହରରେ ବେଆଇନ ହୁକ୍କାବାର, ଜୁଆ ଓ ଅନ୍ୟାନ୍ୟ ଅନିୟମିତତା ଉପରେ ପ୍ରଶାସନର ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.