ବରଗଡ଼ରେ,ବିକଶିତ_ଭାରତ_ସଂକଳ୍ପ_ସଭା: ୧୦ ହଜାର ଜନତାଙ୍କ ସହ ଭର୍ଚୁଆଲି ଯୋଡି ହେଲେ ପ୍ରଧାନମନ୍ତ୍ରୀ ମୋଦୀ


ବରଗଡ଼, ୦୭.୧୦.୨୬:(ବୁଧବାର) "ବିକଶିତ ଭାରତ ୨୦୪୭: ସଂକଳ୍ପରୁ ସିଦ୍ଧି" ଆଭିମୁଖ୍ୟକୁ ନେଇ ବରଗଡ଼ ସହରରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଅଧିକ ଜନସାଧାରଣ ଯୋଗଦେଇ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ଏହାପୂର୍ବରୁ ଗାନ୍ଧୀ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା, ଯେଉଁଥିରେ ୨୦୦୦ରୁ ଅଧିକ କର୍ମୀ ସାମିଲ ହୋଇ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିଥିଲେ।

ସଭାସ୍ଥଳରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସେବା ଜ୍ୟୋତି ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ, ଅତିଥି ସମ୍ବର୍ଦ୍ଧନା ଓ ବନ୍ଦେ ମାତରଂ ଗାନ ସହ ଆନୁଷ୍ଠାନିକ ସଭା ଆରମ୍ଭ ହୋଇଥିଲା। ଏହି ସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ ଏବଂ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ଗଠନରେ ଜନ ଭାଗିଦାରୀ ଓ ସେବା ମନୋଭାବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମଞ୍ଚରେ ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି. ମୁରଲୀକ୍ରୀଷ୍ଣାନ୍ ଏବଂ ଜିଲ୍ଲା ପ୍ରଭାରୀ ବାସୁଦେବ ବାରିକ ମଧ୍ୟ ଉପସ୍ଥିତ ଥିଲେ।


କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ ଉଦବୋଧନ। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ୧୭ କୋଟି ଜନତାଙ୍କ ସହ ବରଗଡ଼ବାସୀଙ୍କ ସହ ଯୋଡି ହୋଇଥିଲେ। ତାଙ୍କ ଆହ୍ୱାନରେ ଉପସ୍ଥିତ ସମସ୍ତ ଜନସାଧାରଣ ସାମୂହିକ ଭାବେ ବିକଶିତ ଭାରତ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।

ଶେଷରେ ଜାତୀୟ ସଙ୍ଗୀତ ଗାନ ଏବଂ ସେବା ଜ୍ୟୋତି ଛକ ସ୍ଥାପନା ପାଇଁ ଏକ ଭବ୍ୟ ପଦଯାତ୍ରା ଆୟୋଜନ କରାଯାଇଥିଲା।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.