ବରଗଡ଼ରେ_ଆନ୍ତର୍ଜାତିକ_ବରିଷ୍ଠ_ନାଗରିକ_ଦିବସ


ବରଗଡ଼, ୧ ଅକ୍ଟୋବର:

ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ତଥା ବରିଷ୍ଠ ନାଗରିକ ସଂଘର ସହାୟତାରେ ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟୋରିୟମଠାରେ " ବରିଷ୍ଠ ନାଗରିକ ଦିବସ ୨୦୨୬" ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।  

 ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଆନୁଷ୍ଠାନିକ ସଭାରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମାଜର ବିକାଶ ଓ ମାର୍ଗଦର୍ଶନରେ ବରିଷ୍ଠ ନାଗରିକମାନଙ୍କ ଅବଦାନ ଅତୁଲନୀୟ ବୋଲି ପ୍ରକାଶ କରିବା ସହ ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନ ପ୍ରତି ଜିଲ୍ଲା ପ୍ରଶାସନ ସଦା ସର୍ବଦା ପ୍ରତିବଦ୍ଧ ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ।

ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅମ୍ବୁଜାକ୍ଷର ପ୍ରଧାନ ଏବଂ ବରିଷ୍ଠ ନାଗରିକ ସଂଘର ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା ଓ ସେମାନଙ୍କ କଲ୍ୟାଣ ସମ୍ପର୍କରେ ଆଲୋକପାତ କରିଥିଲେ।

ଦିବସ ପାଳନ ଅବସରରେ ସକାଳୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୭:୦୦ ଘଟିକାରେ ଯୋଗ ଶିବିରରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ 'ଏକ ପେଡ଼ ମାଁ କେ ନାମ' ଅଭିଯାନ ଅଧୀନରେ ଗଛ ଲଗାଯାଇଥିଲା। ଏହାପରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।

ଜଳପାନ ପରେ 'ପୂଜ୍ୟପୂଜା' ପରମ୍ପରା ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆନୁଷ୍ଠାନିକ ସଭାକାର୍ଯ୍ୟ ପରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ 'ଶତାୟୁ ସମ୍ମାନ' ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସଭା ଶେଷରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅପରାହ୍ନରେ ସମସ୍ତ ଅତିଥି, କର୍ମକର୍ତ୍ତା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସଫଳ ସମାପ୍ତି ଘଟିଥିଲା।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.