ଜନସମ୍ପର୍କ ପଦଯାତ୍ରା – ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀ


ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସଂଘର୍ଷ ଏବଂ ଜନତାଙ୍କ ସେବାର ସଂକଳ୍ପ ନେଇ ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ମାନ୍ୟବର ବିଧାୟକ ଶ୍ରୀ ସୁଦର୍ଶନ ହରିପାଲଙ୍କ ନେତୃତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।


ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକଙ୍କ ସମେତ ବହୁ ବରିଷ୍ଠ ନେତା, ଜନପ୍ରତିନିଧି ଓ ଦଳୀୟ କର୍ମୀ ଯୋଗଦେଇଥିଲେ।


ହଜାର ହଜାର ରେଙ୍ଗାଲିବାସୀଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ଏହି ଜନସମ୍ପର୍କ ପଦଯାତ୍ରାକୁ ଅଧିକ ଉତ୍ସାହମୟ କରିଥିଲା। ଏହା କେବଳ ଏକ ପଦଯାତ୍ରା ନୁହେଁ, ବରଂ ଜନସାଧାରଣଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷାକୁ ବୁଝିବାର ଏକ ସାର୍ଥକ ପ୍ରୟାସ।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.