ଭୁବନେଶ୍ୱରରେ ଆରମ୍ଭ ହେଲା ୭ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୬, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ରିକେଟର କପିଲ ଦେବ।



ବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ୭ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୬ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବାକୁ ଥିବା ଏହି ପର୍ଯ୍ୟଟନ ମହାକୁମ୍ଭର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । 

କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ତଥା ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଲ ଦେବ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।


ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ FICCIର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଟ୍ରାଭେଲ ବଜାର ମୁଖ୍ୟତଃ ଏକ B2B ପର୍ଯ୍ୟଟନ ପ୍ଲାଟଫର୍ମ । ଏଥର ବିଦେଶର ୨୭ଟି ଦେଶର ଟୁର୍ ଅପରେଟରଙ୍କ ସହ ଦେଶର ୩୨ଟି ସହରରୁ ଘରୋଇ ବାୟର ଯୋଗଦେଉଛନ୍ତି । ୯୨ରୁ ଅଧିକ ଘରୋଇ ପ୍ରଦର୍ଶକ ମଧ୍ୟ ସାମିଲ ହେଉଛନ୍ତି । ତିନିଦିନ ମଧ୍ୟରେ ୬ ହଜାରରୁ ଅଧିକ ପୂର୍ବନିର୍ଦ୍ଧାରିତ B2B ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଟ୍ରାଭେଲ ବଜାର ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଦେଶ ଓ ବିଦେଶରେ ଆହୁରି ବ୍ୟାପକ ଭାବେ ପହଞ୍ଚାଇବା ଉପରେ ଫୋକସ୍ କରାଯାଇଛି ।  ରାଜ୍ୟର ଐତିହ୍ୟ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ସହ ସମୁଦ୍ରତଟ, ପ୍ରକୃତି ଓ ବନ୍ୟଜନ୍ତୁ, ଆଦିବାସୀ ସଂସ୍କୃତି, ହୋମ୍ ଷ୍ଟେ ଏବଂ ଅନୁଭୂତିଭିତ୍ତିକ ପର୍ଯ୍ୟଟନକୁ ବିଶେଷ ଭାବେ ପ୍ରମୋଟ୍ କରାଯାଉଛି । ଏଥିପାଇଁ ୮ଟି Familiarisation ବା FAM Tourର ମଧ୍ୟ ଯୋଜନା ରହିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ କେବଳ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବା ନୁହେଁ, ପର୍ଯ୍ୟଟନରୁ ହେଉଥିବା ଆର୍ଥିକ ଲାଭକୁ ସ୍ଥାନୀୟ ଲୋକ, ଛୋଟ ବ୍ୟବସାୟୀ, ହୋମ୍ ଷ୍ଟେ ଅପରେଟର, ଟୁର୍ ଗାଇଡ୍, ଡ୍ରାଇଭର ଓ ସ୍ଥାନୀୟ କାରିଗରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା । ଏହା ସହ ଓଡ଼ିଶାକୁ ଦେଶ ଓ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ପ୍ରମୁଖ ସ୍ଥାନ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.