BJD କୌଣସି ମେଣ୍ଟରେ ନାହିଁ । ଆମେ ସମଦୂରତା ନୀତି ପାଳନ କରୁଛୁ । କିଛି ସମୟ ପୂର୍ବରୁ ନବୀନ ନିବାସରୁ ଫେରି ବନ୍ଦକୁ ସମର୍ଥନ କଥା କହିଥିଲେ ପ୍ରମିଳା । ଏପରିକି ଇଣ୍ଡି ମେଣ୍ଟରେ ଅଛୁ ବୋଲି ମଧ୍ୟ କହିଥିଲେ ପ୍ରମିଳା ।
ସେହିପରି ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ ।
ଯେଉଁଠି ପିକେଟିଙ୍ଗରେ ବନ୍ଦ କରାଯିବ ସେଠାରେ ବସ୍ ସେବା ବନ୍ଦ ରହିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ ସଭାପତି ବରଦା ପ୍ରସନ୍ନ ଆଚାର୍ଯ୍ୟ । ସୂଚନା ଅନୁଯାୟୀ , ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଇଣ୍ଡିଆ ବ୍ଲକ୍ । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ଧ୍ୟାନ ଦିଆଯିବ ।