ଗୋଡଭଗା ହାଇସ୍କୁଲ ପଡିଆ ଠାରେ ଗୋଡଭଗା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି. ମୁଖ୍ୟ ଅତିଥି ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ରାଜ୍ୟ ସଭାପତି ତଥା ସମାଜ ସେବୀ ଶ୍ରୀଯୁକ୍ତ ଜେମସ ରଣବିଡା ,


ଗୋଡଭଗା ହାଇସ୍କୁଲ ପଡିଆ ଠାରେ ଗୋଡଭଗା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି. ସମୁଦାୟ 8 ଗୋଟି ଟିମ୍ ଯୋଗଦାନ କରୁଥିଲେ. ଗାୟତ୍ରୀ ହେଲଥ କେୟାର ତରଫରୁ ସୁସ୍ଥ ନିରୋଗ ସମାଜ ଗଠନ ତଥା ନିଶାଯୁକ୍ତ ସମାଜ ଗଠନ ଦିଗରେ ଅଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିବା ଦିଗରେ ଡାଃ ଚିତରଞ୍ଜନ ଜେନା ଓ ଗୋଡଭଗା କ୍ରିକେଟ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ଆଦର୍ଶ ଟୁର୍ଣ୍ଣାମେଣ୍ଟ ରେ ଅତିଥି ରୂପେ ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ରାଜ୍ୟ ସଭାପତି ତଥା ସମାଜ ସେବୀ ଶ୍ରୀଯୁକ୍ତ ଜେମସ ରଣବିଡା , ଗୋଡଭଗା ଦୁର୍ଗାପୂଜା କମିଟି ସଭାପତି ଶ୍ରୀଯୁକ୍ତ କୁଳମଣି ପ୍ରଧାନ, ସେକ୍ରେଟାରୀ ଦେବବ୍ରତ ରଥ, ଗୋଡଭଗା ସରପଞ୍ଚ ଶ୍ରୀମତୀ ମଞ୍ଜୁଲତା ସେଠ ,କଳାମାଟି ସରପଞ୍ଚ ଶ୍ରୀମତୀ ସୁଷମା ସାହୁ,ତ୍ରିଦେବୀ ଇଣ୍ଟରନେସନାଲ ଓନର କୈଳାଶ ଅଗ୍ରୱାଲ, ଶ୍ରୀ କ୍ରିଷ୍ଣା ଟିଭ୍ଏସ ଓନର ମନୋଜ ଶର୍ମା ଇତ୍ୟାଦି ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ. 

ଫାଇନାଲ୍ ମ୍ୟାଚ୍ ରେ ଅମସ୍ତଲା ର ଜୟ ଜଗନ୍ନାଥ ଫୁଟବଲ୍ ଆସୋସିଏସନ ଟାଇବ୍ରେକର୍ ଜରିଆରେ ଲହଣ୍ଡା ସମଲେଶ୍ଵରୀ ଆଥଲେଟିକ୍ ଆସୋସିଏସନ କୁ ପରାଜିତ କରି 11101.00 ଟଙ୍କା ର ପୁରସ୍କାର ଓ ଟ୍ରଫି ଅତିଥି ମାନଙ୍କ ହାତରୁ ଗ୍ରହଣ କରିଥିଲା. ଉପବିଜେତା ଦଳକୁ 7777.00 ଓ ଟ୍ରଫି ପ୍ରଦାନ କରାଯାଇଥିଲା. ଟୁର୍ଣ୍ଣାମେଣ୍ଟ ରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ. ଉଦଯାପନୀ ଉତ୍ସବ ପିୟୁଷ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା.

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.