ବରଗଡ଼: ଦଶ ଦଫା ଦାବି ପୂରଣ ନେଇ ଆଜିଠାରୁ ଆନ୍ଦୋଳନ


ବରଗଡ଼: ଦଶ ଦଫା ଦାବି ପୂରଣ ନେଇ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଖିଳ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍, ବରଗଡ଼ ଶାଖା। ଦଶ ଦଫା ଦାବି ମଧ୍ୟରେ ୫୫ ବର୍ଷରୁ ଊର୍ଦ୍ଧ୍ବ କର୍ମୀଙ୍କ ଛଟେଇ ବନ୍ଦ, ନିୟମିତ ଦରମା ପ୍ରଦାନ, ବକେୟା ଭତ୍ତା ଫେରସ୍ତ, ପଦୋନ୍ନତିରେ ବୟସ ସୀମା ଉଚ୍ଛେଦ ଓ ଅବସରକାଳୀନ ସୁବିଧା ପ୍ରଦାନ ଆଦି ଦାବି ରହିଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି। ସଂଘ ପକ୍ଷରୁ ଆଜି ବରଗଡ଼ରେ ଏକ ବିରାଟ ଶୋଭାଯାତ୍ରାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ପୂରଣ ନହେଲେ ଜିଲ୍ଲାସ୍ତରରେ ଶାନ୍ତିପୂର୍ଣ୍ଣ ଗଣଆନ୍ଦୋଳନ ହେବ ବୋଲି ସଂଘର ସଭାନେତ୍ରୀ ବବିଲି ପୂଜାରୀ ସୂଚନା ଦେଇଥିଲେ।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.