ଭେଡେନ ବ୍ଲକ ଫୁଟବଲ ଲିଗ୍ ଟୁରଣାମେଣ୍ଟ - ବହଲପାଳି ଚାମ୍ପିୟାନ ମୁଖ୍ୟ ଅତିଥି ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।
ଭେଡେନ:-4/10/26 ଭେଡେନବ୍ଲକ ରଞ୍ଜିତା ଆନୁକୂଲ୍ୟରେ ରଂଜିତା ପଡିଆରେ 3 ଦିନ ଧରି ଚାଲିଥିବା ଆଜି ଉତଜାପିତ ହୋଇଯାଇଛି। ଆଜି ତୁରୁମ ଓ ଗର୍ଭଣା ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ ରେ ତୁରୁମ ଦଳ ବିଜୟୀ ହୋଇ ଫାଇନାଲ ଯାଇଥିଲା! ଭେଡେନ ଓ ବହଳପାଲି ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ସେମି ଫାଇନାଲ ରେ ବହଳପାଲି ଦଳ ବିଜୟୀ ହୋଇ ଫାଇନାଲ ଯାଇଥିଲା! ତୁରୁମ ଓ ବହଳପାଲି ମଧ୍ୟରେ ଅନୁଷ୍ଠିତ ଫାଇନାଲ ରେ ପେନାଲଟି ସୁଟ ଆଉଟ ରେ 3/ 1ରେ ବହଳପାଲି ଦଳ ବିଜୟୀ ହୋଇ ଚାମ୍ପିୟାନ ହୋଇଥିଲା! ଆଜିର ଉତଯାପନୀ ଦିନରେ ପଡିଆ ମଝିରେ ବ୍ଲକର ହରିହର ମେହେର,ସୁରେନ୍ଦ୍ର ବନଛୋର,ସରୋଜ ରଥ,ଧୂର୍ଵ ବେହେରା,ଡୁଲା ବେହେରା,ସତ୍ୟ ରଥ,ରାଧାକାନ୍ତ ମହାରଣା,ଦଶରଥ ମେହେର,ଲଳିତ ଭୋଇ,କୃଷ୍ଣ ଭୋଇ,ମହେନ୍ଦ୍ର ଠାକୁର,ଗୋପାଳ ସେଠ,ଜାପାନୀ ସାହୁ,ଗଙ୍ଗା ପ୍ରସାଦ ଦାଶ,ବୀରବର ବାଗ,କୁମର ମହାନା,ସୁବାସ ପଣ୍ଡା,ରବୀନ୍ଦ୍ର ସେଟ ସମେତ ବ୍ଲକର ଅନେକ ପୂର୍ବତନ ଖେଳାଡି ଙ୍କୁ ଉପଧଉକଣ ଓ ପୁଷ୍ପମାଲ୍ୟ ଦେଇ ସମ୍ମନିତ କରାଯାଇଥିଲା!।ଆଜିର ଉତଯାପନୀ ର ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଯୋଗଦାନ କରି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ! ସମ୍ମନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ,ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା ପଦ୍ମିନୀ ଗଡ଼ତିଆ,ସତ୍ୟଜିତ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ!ନୀ...

